ଦାଦାଙ୍କ ବିରୋଧରେ ଅଭିଯୋଗ ଆଣିଲେ ରଶିଦ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ କ୍ରିକେଟର ରଶିଦ ଲତିଫ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳରେ ବହୁତ କିଛି ପରିବର୍ତ୍ତନ ହୋଇଛି । ଭାରତୀୟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ ଦଳର ଅଧିନାୟକ ବିରାଟ କୋହଲି ପଦରୁ ବାହାରିଛନ୍ତି । ଲତିଫ କହିଛନ୍ତି ଯେ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କୁ ହଟାଇବା ପଛରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ହାତ ରହିଛି ।

ଏହା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଅନିଲ କୁମ୍ବଲେଙ୍କୁ କୋଚ୍‌ ପଦରୁ ହଟାଇ ଦିଆଯାଇଥିଲା । ଶାସ୍ତ୍ରୀ କୌଣସି କୋଚିଂ କୋର୍ସ କରିନଥିଲେ କିନ୍ତୁ ତାଙ୍କୁ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ମିଳିଥିଲା । ସେହିପରି ସେ କହିଛନ୍ତି ଯେ, ଗାଙ୍ଗୁଲି ଓ ବର୍ତ୍ତମାନର ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ମଧ୍ୟରେ ଘନିଷ୍ଠତା ରହିଛି । ସେ ଆହୁରି କହିଛନ୍ତି ଯେ, ଟି-୨୦ ବିଶ୍ୱକପ ପୂର୍ବରୁ ବିସିସିଆଇ ଶାସ୍ତ୍ରୀଙ୍କୁ ହଟାଇବା ପାଇଁ ଯୋଜନା କରିବା ଆରମ୍ଭ କରିଥିଲା । ଯାହା ଭାରତୀୟ କ୍ରିକେଟରୁ ପ୍ରଭାବିତ କରିଛି ।