ନାରାୟଣପୁର ଜିଲ୍ଲାରେ ମାଓ ହିଂସା, ୩ଟି ଟ୍ରକ୍ ଜାଳିଦେଲେ ଲାଲବାହିନୀ

ମାଲକାନଗିରି : ମାଲକାନଗିରି-ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓ ହିଂସା । ତିନୋଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ଧନରା ଥାନା ଅନ୍ତର୍ଗତ ରାଜପୁର ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଟ୍ରକ୍ ଗୁଡିକ ଜଗଦଲପୁରରୁ ରାୟପୁର ଯାଉଥିବା ସମୟରେ ହିରଙ୍ଗିଝାଡ ଜଙ୍ଗଲ ରାସ୍ତାରେ ୪୦ରୁ ୫୦ ଜଣ ମାଓବାଦୀ ଗାଡ଼ିକୁ ଅଟକାଇଥିଲେ । ଏଥିରେ ନିଆଁ ଲଗାଇଦେଇଥିଲେ । ଫଳରେ ଟ୍ରକ୍ ତିନୋଟ୍ ଜଳିପୋଡି ପାଉଁଶ ହୋଇଯାଇଛି । ଟ୍ରକ୍ ଡ୍ରାଇଭର୍ ଓ ହେଲପର ସୁରକ୍ଷିତ ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ସିଆରପିଏଫ ଓ ଡିଆରଜି ବାହିନୀ ପହଞ୍ଚି କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି ।