ବ୍ୟବସାୟୀ ସଂଘ ଓ ଘରୋଇ ମାଲିକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କୁଚିଣ୍ଡା ବନ୍ଦ ଡାକରା

ସମ୍ବଲପୁର: ସମ୍ବଲପୁର କୁଚିଣ୍ଡାରେ ଥିବା ଭଙ୍ଗା ଝୁଲେନ୍ ପୋଲ ମରାମତି ସହିତ ପୁରୁଣା ବସଷ୍ଟାଣ୍ଡକୁ ବସ୍ ଚଳାଚଳ ଦାବି କରିଛି କୁଚିଣ୍ଡା ବ୍ୟବସାୟୀ ସଂଘ ଓ ଘରୋଇ ମାଲିକ ସଂଘ । ଏଥିପାଇଁ କୁଚିଣ୍ଡାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦୋକାନ ବଜାର ବନ୍ଦ ଓ ବସ୍ ଚଳାଚଳ ବନ୍ଦ ।

ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି । ବସ୍ ଚଳାଚଳ ବନ୍ଦ ଯୋଗୁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି । ନୂଆ ବସଷ୍ଟାଣ୍ଡରୁ ପୁରୁଣା ବସଷ୍ଟାଣ୍ଡକୁ ବସ୍ ଚଳାଚଳ କରିନଥିବାରୁ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି । ସେହିପରି ଝୁଲେନ୍ ପୋଲ ମରାମତି ନେଇ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ପ୍ରଶାସନ ଚୁପ୍ ରହିଥିବା ଅଭିଯୋଗ ହୋଇଛି ।