ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ମୁମ୍ବାଇ : ମହାରାଷ୍ଟ୍ର ନନ୍ଦୁରବାର ଷ୍ଟେସନରେ ନିକଟରେ ଘଟିଛି ଏକ ଅଘଟଣ । ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସର ପେଣ୍ଟ୍ରିକାର୍‌ରେ ନିଆଁ ଲାଗିଛି। ଅଗ୍ନିଶମ ବାହିନୀ ପକ୍ଷରରୁ ନିଆଁ ଲିଭା କାର୍ଯ୍ୟ ଜାରି ।

ଖବର ଅନୁଯାୟୀ, ଶନିବାର ଗାନ୍ଧୀଧାମରୁ ପୁରୀ ଆସୁଥିଲା ୧୨୯୯୩ ନମ୍ବର ଟ୍ରେନ୍। ମହାରାଷ୍ଟ୍ର ନନ୍ଦୁରାବର ଷ୍ଟେସନ୍‌ ନିକଟରେ ଗାନ୍ଧିଧାମ୍‌-ପୁରୀ ଏକ୍ସପ୍ରେସ୍‌ରେ ହଠାତ୍‌ ନିଆଁ ଲାଗିଥିବା ସୂଚନା ମିଳିଥିଲା । ଏହାପରେ ତୁରନ୍ତ ଟ୍ରେନ୍‌କୁ ଅଟକାଯାଇଥିଲା ଏବଂ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛି ।

ନିଆଁ ଲାଗିବା ପରେ ତୁରନ୍ତ ପେଣ୍ଟ୍ରିକାର୍‌ ବଗିକୁ ଟ୍ରେନ୍‌ରୁ ଅଲଗା କରାଯାଇଛି । ପେଣ୍ଟ୍ରିକାର୍‌ରେ ନିଆଁ କେମିତି ଲାଗିଲା । ସେନେଇ ଛାନ୍‌ଭିନ୍‌ ଆରମ୍ଭ ହୋଇଛି । ଏବେ ଯାଏଁ କୌଣସି କ୍ଷତକ୍ଷତିର ସୂଚନା ମିଳିନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।