ଆଖି ବୁଜିଲା ବାଘଛୁଆ ବଂଶୀ

ଭୁବନେଶ୍ୱର : ନନ୍ଦନକାନନରେ ବାଘୁଣୀ ବିଜୟାର ୩ ଶାବକ ମଧ୍ୟରୁ ଆଖି ବୁଜିଲା ବଂଶୀ । ବଂଶୀ ସେପଟିସେମିଆରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଯାହାକୁ ନେଇ ଚିନ୍ତାରେ ନନ୍ଦନକାନନ କର୍ତୃପକ୍ଷ । କାରଣ ବଂଶୀ ସମବୟସ୍କ ଅନ୍ୟ ୫ଟି ବାଘ ଛୁଆଙ୍କ ପ୍ରତି ବିପଦ ଥିବା ଆଶଙ୍କା କରାଯାଉଛି ।

ମଙ୍ଗଳବାର ମାଆ ବିଜୟା ସହ ସଫାରିରୁ ଫେରିଥିଲା ବଂଶୀ । ବିଜୟା ସହ ତିନି ଛୁଆ ରକି, ରାକେଶ ଓ ବଂଶୀ ୩୨ ନମ୍ବର ଖୁଆଡକୁ ଫେରିଥିଲେ । ଗତକାଲି ଜନ୍ତୁରକ୍ଷକମାନେ ବଂଶୀର ମୃତ ଦେହ ଦେଖିଥିଲେ । ତୁରନ୍ତ ନନ୍ଦନକାନନ କର୍ତୃପକ୍ଷ ବଂଶୀର ମୃତଦେହକୁ ଓୟୁଏଟିକୁ ପଠାଇଥିଲେ ।