ସେନାରେ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲ ସାମିଲ ନେଇ BDL ସହ ଚୁକ୍ତି

ହାଇଦ୍ରାବାଦ : ଭାରତୀୟ ସେନାରେ ସାମିଲ ହେବ ଆଣ୍ଟି-ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ର। ଏହି କ୍ଷେପଣାସ୍ତ୍ର ହାଇଦ୍ରାବାଦରସ୍ଥିତ ଭାରତ ଡାଇନାମିକ୍ସ ଲିମିଟେଡ୍ (BDL) ଦ୍ୱାରା ନିର୍ମିତ। ଏହି କ୍ଷେପଣାସ୍ତ୍ର ଉତ୍ପାଦନ ତଥା ଯୋଗାଣ ପାଇଁ ବିଡିଏଲ୍ ଏବଂ ଭାରତୀୟ ସେନା ମଧ୍ୟରେ ୩,୧୩୧.୮୨ କୋଟି ଟଙ୍କା ମୂଲ୍ୟର ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ବୁଧବାର ନୂଆଦିଲ୍ଲୀରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମା ତିନି ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବା ନେଇ ସୂଚନା ଦେଇଛି BDL।

କନକର୍ସ-ଏମ ହେଉଛି ଦ୍ୱିତୀୟ ପିଢିର ଆଣ୍ଟି-ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ର। ଯାହା ବିସ୍ଫୋରକରେ ସଜ୍ଜିତ ସେନା ଗାଡିକୁ ସମ୍ପୂର୍ଣ୍ଣ ଧ୍ବଂଶ କରିବାର କ୍ଷମତା ବହନ କରେ। ଏହି କ୍ଷେପଣାସ୍ତ୍ରଟିକୁ BMP-II ଟ୍ୟାଙ୍କରୁ କିମ୍ବା ଗ୍ରାଉଣ୍ଡ ଲଞ୍ଚରରୁ ଉତକ୍ଷେପଣ କରାଯାଇପାରିବ।