ସଂର୍ପକକୁ ନେଇ ବଡ ଖୁଲାସା କଲେ ମଲାଇକାଙ୍କ ବୟଫ୍ରେଣ୍ଡ

ନୂଆଦିଲ୍ଲୀ : ବଲିଉଡ ଇଣ୍ଡଷ୍ଟ୍ରିର ଚଚ୍ଚିର୍ତ ଯୋଡି ଅର୍ଜୁନ କପୁର-ମଲାଇକା ଆରୋରାଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି ତାଙ୍କ ବୟଫ୍ରେଣ୍ଡ । ଏକ ସାକ୍ଷାତକାରରେ ଅର୍ଜୁନ ଓ ମଲାଇକାଙ୍କ ସଂପର୍କକୁ ନେଇ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଅର୍ଜୁନ କପୁର କହିଛନ୍ତି ଯେ, ମୁଁ ସବୁବେଳେ ଭଲ ଓ ଖରାପ ସମୟରେ ସବୁବେଳେ ମଲାଇକାଙ୍କ ସହ ଛିଡା ହୋଇଛି ।

ସେହିପରି ସେ ଆହୁରି କହିଛନ୍ତି ଯେ, ଅସୁବିଧା ଥିବା ସମୟରେ ଆମେ ଆମ ସମ୍ପର୍କରେ ଏ ସବୁକୁ ଆଣି ନଥିଲୁ । ଏହା ବ୍ୟତୀତ ପରସ୍ପରକୁ ସହଯୋଗ କରିଥିଲୁ । ସେହିପରି ଅନେକ ଦିନ ଧରି ଆମ ଜୀବନ ନର୍କ ହୋଇ ଯାଇଥିଲା । ଆମେ ଖୋଲାଖୋଲି ଭାବେ ବାହାରକୁ ଆସିଥିବା ସମୟରେ ବହୁତ ସମସ୍ୟା ଦେଇ ଗତି କରିବାକୁ ପଡୁଥିଲା । କିନ୍ତୁ ସେ ସମୟରେ ମଲାଇକାଙ୍କ ସହ ଠିଆ ହେବା ପାଇଁ ମୁଁ କଦାପି ଖରାପ ଅନୁଭବ କରି ନାହିଁ ବୋଲି ଅର୍ଜୁନ ଖୋଲାଖୋଲି ଭାବେ କହିଛନ୍ତି ।