ଆସନ୍ତା ୧୯ରୁ କଳିଙ୍ଗ ଷ୍ଟାଡିୟମରେ ମହିଳା ଏଫଆଇଏଚ ହକି ପ୍ରୋ ଲିଗ୍‌

ଭୁବନେଶ୍ୱର : ଚଳିତମାସ ୧୯ରୁ କଳିଙ୍ଗ ଷ୍ଟାଡିୟମରେ ମହିଳା ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ ଅନୁଷ୍ଠିତ ହେବ । ଏଥିରେ ଭାରତ, ସ୍ପେନ, ଆର୍ଜେଣ୍ଟିନା, ବେଲଜିୟମ, ଚାଇନା ଓ ଜର୍ମାନୀ ଦଳ ଭାଗ ନେଇଛନ୍ତି । ଅନ୍ୟପକ୍ଷରେ ଭାରତୀୟ ଟିମ୍‌ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି । କଳିଙ୍ଗ ଷ୍ଟାଡିୟମରେ ପ୍ରତି ସପ୍ତାହରେ ଦୁଇ ଦିନ ମ୍ୟାଚ ଖେଳାଯିବ ।

ସେହିପରି ଭାରତୀୟ ଦଳରେ ଦଳରେ ଦୁଇ ଓଡ଼ିଆ ଦିପଗ୍ରେସ ଏକ୍କା ଓ ମାରିୟାନା କୁଜୁର ରହିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୦ରୁ ମହିଳା ଏଫଆଇଏଚ ପ୍ରୋ ଲିଗ୍‌ ଆରମ୍ଭ ହୋଇଥିବା ବେଳେ କୋଭିଡ-୧୯ ପାଇଁ ସ୍ଥଗିତ ଥିଲା ।