ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଇଥିବା କୋଭିଡ-୧୯ ସଂକ୍ରମଣ ବର୍ତ୍ତମାନ ଏବେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଅନ୍ୟପକ୍ଷରେ ଏହି ସଂକ୍ରମଣ ଲାଗି କିଛି ରାଜ୍ୟରେ କୋଭିଡ କଟକଣା ଏପର୍ଯ୍ୟନ୍ତ ବଳବତ୍ତର ରହିଛି । ଏହି କଟକଣାକୁ ହଟାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟଗୁଡିକୁ ଚିଠି ଲେଖିଛି ।
ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେବ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଅତିରିକ୍ତ କଟକଣାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଚିଠି ଲେଖି କହିଛନ୍ତି ଯେ ସ୍ଥାନୀୟ ଅଧିକାରୀମାନେ ସ୍ଥିତିର ସମୀକ୍ଷା କରନ୍ତୁ କିମ୍ବା ଅତରିକ୍ତ କୋଭିଡ କଟକଣା ୧୯ କଟକଣା ହଟାନ୍ତୁ । ବର୍ତ୍ତମାନ ସାରା ଦେଶରେ କୋଭିଡ ହ୍ରାସ ପାଉଛି ।
ସେହିପରି କୋଭିଡ ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ସରକାରମାନେ ଲୋକଙ୍କ ଯାତାୟାତ ଓ ଆର୍ଥିକ କାରବାରକୁ କ୍ଷତି ପହଞ୍ଚାଉଥିବା ଭଳି ଅତିରିକ୍ତ କଟକଣା ଲାଗୁ କରିବା ଉଚିତ ନୁହେଁ । ଯଦି କଟକଣା ଲାଗୁ ହୋଇଛି ତାହା ଏବେ ପ୍ରତ୍ୟାହାର କରି ନିଅନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।