କଣ୍ଟେନର-କାର ଧକ୍କାରେ ୬ ଜୀବନଗଲା

ୟୁପି: ଉତ୍ତରପ୍ରଦେଶର ବାରମ୍ବକୀ ଜିଲ୍ଲାରେ ଏଭ ଭୟଙ୍କର ସଡକ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଅଯୋଧ୍ୟା ଓ ଲକ୍ଷେ୍ନø ରାଜପଥରେ ରାମସନେହି ଘାଟି ନିକଟରେ ଘଟିଛି । ସୂଚନା ଅନୁଯାୟୀ ହାଇୱେ ଉପରେ ରାସ୍ତାରେ ଛିଡ଼ା ହୋଇଥିବା କଣ୍ଟେନରକୁ ଦ୍ରୁତ ଗତିରେ ଯାଉଥିବା କାର ପଛପଟୁ ଧକ୍କା ଦେବା ଫଳରେ ଏଥିରେ ଥିବା ୬ଜଣଙ୍କ ମୃତ୍ୟୁ ଘଟିଛି ।

ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ôଚ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ସେଠୁରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଭୟଙ୍କର ଦୁଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଶୋକର ଛାୟା ଖେଳିଯାଇଛି ।