ଭୂକମ୍ପ ଝଟକାରେ ଥରିଲା ଜାମ୍ମୁକାଶ୍ମୀର

ଶ୍ରୀନଗର : ଭୂକମ୍ପ ଝଟକାରେ ଥରିଲା ଜାମ୍ମୁକାଶ୍ମୀର । ବୁଧବାର ଭୋର ସମୟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଝଟକାର ରିକ୍ଟର ସ୍କେଲରେ ତୀବ୍ରତା ୩.୨ ରେକର୍ଡ କରାଯାଇଛି । ଏହି ଭୂକମ୍ପ ଝଟକାର ତୀବ୍ରତା ଅଧିକ ନଥିଲେ ସୁଦ୍ଧା ଲୋକେମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିବା ଜଣାପଡିଛି । ସେହିପରି ଭୂକମ୍ପର କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପୂର୍ବରୁ ମଧ୍ୟ ଗୁଲମର୍ଗରେ ଭୂକମ୍ପ ଅନୁଭୂତ ହୋଇଥିଲା ।