ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର କୁଶିନଗରରେ ଏକ ବଡ ଅଘଟଣ ଘଟିଛି । କୂଅରେ ପଡି ୧୩ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଏକ ବିବାହ ପାଇଁ ଆୟୋଜନ ଚାଲିଥିବା ବେଳେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ ଏକ ବିବାହ ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲୁଥିବାବେଳେ ସମୟରେ ଗାଁର ମହିଳାମାନେ କନିଆଁ ଘର ପାଖରେ ଥିବା ଏକ କୂଅରେ ପାଖରେ ଠିଆ ହୋଇଥିଲେ । ତେବେ ଏହି କୂଅ ଉପରେ ଥିବା ଜାଲିଟି ଭାର ସମ୍ଭାଳି ନପାରି ଭାଙ୍ଗି ଯାଇଥିଲା ଫଳରେ ୧୦ରୁ ଅଧିକ ମହିଳା କୂଅ ଭିତରେ ଖସି ପଡିଥିଲେ । ଏନେଇ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା । ସ୍ଥାନୀୟ ଲୋକେ ଆସି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । କିନ୍ତୁ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା । ଏବେସୁଦ୍ଧା ୧୩ ଜଣ ମହିଳା ଓ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଘଟଣ ଘଟିବାର ଅନେକ ସମୟ ଯାଏଁ ଆମ୍ବୁଲାନ୍ସ ପହଁଚି ନଥିଲା । କିନ୍ତୁ ଏହା ସତ୍ତ୍ୱେ ଗ୍ରାମବାସୀ ୧୫ ମହିଳାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥିଲେ । ରାତି ହୋଇଥିବାରୁ ଟର୍ଚ୍ଚ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଶେଷରେ ଘରୋଇ ଓ ପୋଲିସ ଗାଡି ସାହାଯ୍ୟରେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା ।