ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୬ଷ୍ଠ ଦିନରେ ପହଞ୍ଚ଼ିଛି । ରୁଷ ଆକ୍ରମଣାତ୍ମକ ପନ୍ଥା ଆପଣାଇ ୟୁକ୍ରେନ ରାଜଧାନୀ କୀଭରେ ଲଗାତର ଆକମଣ କରିବାରେ ଲାଗିଛି । ଏହି ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ଦୂତବାସ ଏଡଭାଇଜରୀ ଜାରି କରିଛି । ଏଥିରେ ସମସ୍ତ ଭାରତୀୟଙ୍କୁ ଆଜି ହିଁ କୀଭ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ଯେଉଁ ସାଧନ ମିଳୁଛି ତାହା ନେଇ କୀଭ ଛାଡିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ ରୁଷ ସୈନିକ ଲଗାତାର ଭାବେ କୀଭ ଉପରେ ବମ ଓ ମିସାଇଲ ଦ୍ୱାରା ଆକ୍ରମଣ କରୁଛି । କୀଭ କବଜା କରିବା ଲକ୍ଷ୍ୟରେ ଋଷ ଆକ୍ରମଣ କରି ଚାଲିଛି । ଲଗାତାର ଆକ୍ରମଣ ଯୋଗୁ ବିପଦ ବଢିଯାଇଛି । ସେଥିପାଇଁ ଭାରତୀୟ ଦୂତବାସ ପକ୍ଷରୁ ଆଡଭାଇଜରୀ ଜାରି କରିଛନ୍ତି ।