ମୟଙ୍କ ଅଗ୍ରୱାଲ ପଞ୍ଜାବ କିଙ୍ଗସର ନୂଆ ଅଧିନାୟକ ହେଲେ

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ ପାଇଁ ପଞ୍ଜାବ କିଙ୍ଗସ୍‌ର ନୂଆ ଅଧିନାୟକ ଭାବେ ମୟଙ୍କ ଅଗ୍ରୱାଲ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ପଞ୍ଜାବ କିଙ୍ଗସ୍‌ର ଅଧିନାୟକ ଥିବା କେ ଏଲ ରାହୁଲ ଏବେ ଲକ୍ଷେ୍ନø ଟିମରେ ଯୋଗ ଦେବାରୁ ତାଙ୍କ ସ୍ଥାନରେ ମୟଙ୍କଙ୍କୁ ନିଯୁକ୍ତ କରାଯାଇଛି । ମୟଙ୍କଙ୍କ ନିଯୁକ୍ତ ସଂକ୍ରାନ୍ତରେ ପଞ୍ଜାବ କିଙ୍ଗସର କୋଚ ଅନୀଲ କୁମ୍ବଲେ କହିଛନ୍ତି ୨୦୧୮ରୁ ମୟଙ୍କ ଏଇ ପକ୍ଷର ଅବିଚ୍ଛେଦ୍ୟ ଅଂଶ ହୋଇ ରହି ଆସିଛନ୍ତି । ଗତ ୨ ବର୍ଷ ହେବ ଦଳର ନେତୃତ୍ୱ ନେଉଛନ୍ତି । ନିକଟରେ ଶେଷ ହୋଇଥିବା ନିଲାମରେ ଆମେ ଚୟନ କରିଥିବା ନୂଆ ସ୍କ୍ୱାଡରେ ଚମତ୍କାର ତରୁଣ ପ୍ରତିଭାବାନ ଏବଂ ଅଭିଜ୍ଞ ଖେଳାଳିମାନେ ଅଛନ୍ତି । ମୟଙ୍କଙ୍କୁ ଅଧିନାୟକ କରି ଆମେ ଏହି ଦଳର ଭବିଷ୍ୟତ ପାଇଁ ମୂଳଦୁଆ ସ୍ଥାପନ କରିବାକୁ ଚାହୁଁଛୁ ।

ମୟଙ୍କ କଠିନ ପରିଶ୍ରମୀ, ଉତ୍ସାହୀ ତଥା ଟିମର ନେତୃତ୍ୱ ନେବା ଭଳି ଦକ୍ଷତା ତାଙ୍କ ପାଖରେ ରହିଛି । ତାଙ୍କ ସହ କାମ କରିବାକୁ ମୁଁ ଆଗ୍ରହର ସହ ଚାହିଁ ବସିଛି । ମୋର ମନେହୁଏ ସେ ଏହି ଦଳକୁ ସଫଳ କରାଇବା ଭଳି ନେତୃତ୍ୱ ନେବେ । ଅନ୍ୟପକ୍ଷରେ ମୟଙ୍କ କହିଛନ୍ତି, ଏହି ଟିମର ପ୍ରତିନିଧିତ୍ୱ କରି ମୁଁ ଗୌରବାନ୍ୱିତ ମନେକରୁଛି । ଦଳର ନେତୃତ୍ୱ ନେବାକୁ ସୁଯୋଗ ପାଇଥିବାରୁ ଆନନ୍ଦିତ ।