ଚଳିତ ମାସରେ ୧୮% ଅଧିକ ଜିଏସଟି ଆଦାୟ

ନୂଆଦିଲ୍ଲୀ: ୨୦୨୨ରେ ଆଦାୟ ହୋଇଥିବା ଜିଏସଟିର ସଂଖ୍ୟା ଜାରି କରାଯାଇଛି । ୨୦୨୨ ଫେବୃଆରୀରେ ୧ଲକ୍ଷ ୩୩ହଜାର ୨୬ କୋଟି ଟଙ୍କାର ସଫଳ ଜିଏସଟି ରାଜସ୍ୱ ଏକତ୍ର କରାଯାଇଛି । ୨୦୨୧ ଫେବୃଆରୀ ତୁଳନାରେ ୨୦୨୨ ଜୀଏସଟୀ ଆଦାୟ ୧୮% ଅଧିକ ରହିଛି । ଏଥିସହିତ ୨୦୨୦ ତୁଳନାରେ ୨୬ ପ୍ରତିଶତ ଜିଏସଟୀ ସଂଗ୍ରହ ବଢିଛି ।

ସେହିପରି ସିଜୀଏସଟି ଆଦାୟ ୨୪ହଜାର ୪୩୫ କୋଟି, ଏସଜୀଏସଟୀ ୩୦ହଜାର ୭୭୯ କୋଟି, ଆଇଜିଏସଟି ୬୭ହଜାର ୪୭୧ କୋଟି ଓ ସେସ ୧୦ହଜାର ୩୪୦ କୋଟି ଟଙ୍କା ରହିଥିବା ଜଣାପଡିଛି ।