ଦିଲ୍ଲୀ ସରକାର କୃଷି ଆନ୍ଦୋଳନ ସହ ୧୭ ମାମଲାକୁ ପ୍ରତ୍ୟାହାର କଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ସମୟରେ ଦାୟର ହୋଇଥିବା ୧୭ଟି ମାମଲାକୁ ପ୍ରତ୍ୟାହାର କରିବାକୁ ଦିଲ୍ଲୀ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରୁ ଗୋଟିଏ ମାମଲା ଗତବର୍ଷ ଦିଲ୍ଲୀ ଲାଲକିଲ୍ଲାରେ ହୋଇଥିବା ହିଂସା ସହ ଜଡିତ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଦିଲ୍ଲୀ ପୁଲିସ ନଭେମ୍ବର ୨୦୨୦ରୁ ଡିସେମ୍ବର ୨୦୨୧ ମଧ୍ୟରେ ଦାୟର ହୋଇଥିବା ୫୪ ମାମଲାରୁ ୧୭କୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି । ଏଥିରେ ପାଖାପାଖି ୨୦୦-୩୦୦ ପ୍ରଦର୍ଶନକାରୀ ଓ ୨୫ ଟ୍ରାକ୍ଟରକୁ ଲାହୋରୀ ଗେଟ ଜରିଆରେ ଲାଲକିଲ୍ଲା ପହଞ୍ଚାଇବାର ମାମଲା ମଧ୍ୟ ସାମିଲ ଅଛି । ଏହାଦ୍ୱାରା ଟିକେଟ କାଉଣ୍ଟର ଓ ସୁରକ୍ଷା ଯାଞ୍ଚ ଉପକରଣର କ୍ଷତି ଘଟିଥିଲା ।