ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ବୋଲୋଦୀମିର ଜେଲେନସ୍କୀ ଏବେ ନାଟୋ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ନାଟୋ ପାଇଁ ଏତେ ନାଟ ଚାଲିଛି । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ, ନୋ-ଫ୍ଲାଏ ଜୋନ ଲାଗୁ କରିନଥିବାରୁ ନାଟୋ ଉପରେ ଜୋରଦାର ବର୍ଷିଛନ୍ତି । ଏହା ଦୁର୍ବଳତାର ପ୍ରତୀକ ବୋଲି ସେ କହିଛନ୍ତି । ସେହିପରି ସେ କହିଛନ୍ତି ଯେ, ଯୁଦ୍ଧ ଯୋଗୁ ଅନ୍ୟ ଦେଶରେ ଶରଣ ନେଇଥିବା ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ଏହାସହ ୟୁକ୍ରେନ ସେନା ରୁଷର ୧୦ ସୈନିକଙ୍କୁ ମାରିଛି ବୋଲି ୟୁକ୍ରେନ ସରକାର ଦାବି କରିଛନ୍ତି । ସେହିପରି ସେ ଆହୁରି କହିଛନ୍ତି ଯେ ଫ୍ରାନ୍ସ ଓ ପୋଲାଣ୍ଡ ରାଷ୍ଟ୍ରପତିଙ୍କ ସହାୟତା ପାଇଁ ଧନ୍ୟବାଦ ଜଣାଇବା ସହ ବିଶ୍ୱ ବ୍ୟାଙ୍କ ଓ ଆଇଏମଏଫ ଅଧ୍ୟକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।