ନୂଆଦିଲ୍ଲୀ: ଦୁଇ ବର୍ଷ ପରେ ହଟିଲା କଟକଣା । ଆସନ୍ତା ମାର୍ଚ୍ଚ ୨୭ରୁ ପୁଣିଥରେ ନିୟମିତ ରୂପେ ନିର୍ଦ୍ଧାରିତ ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରୀ ସେବା ଆରମ୍ଭ ହେବ । ଏହାଦ୍ୱାରା ଦେଶରୁ ବିଦେଶକୁ ଏବଂ ବିଦେଶରୁ ଦେଶକୁ ଉଡାଣ ଭରିହେବ । ସୂଚନାଯୋଗ୍ୟ ଯେ, କୋଭିଡ ସଂକ୍ରମଣ ଯୋଗୁ ପ୍ରାୟ ଦୁଇବର୍ଷ ହେବ ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ ରୋକ ଲଗାଇଥିଲେ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସୂଚନା ପ୍ରଦାନ କରିଛନ୍ତି । କିନ୍ତୁ ଏହି ସମୟରେ କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ପଡିବ ।
ସୂଚନାଯୋଗ୍ୟ ଯେ, କୋଭିଡ ପରଠାରୁ ଆନ୍ତର୍ଜାତିକ ବିମାନ ଉଡାଣ ବନ୍ଦ ଥିବା ବେଳେ ଆସନ୍ତା ମାର୍ଚ୍ଚ ୨୭ରୁ ପୁଣି ଥରେ ଉଡାଣ ଆରମ୍ଭ ହେବ ବୋଲି ଜଣାପଡିଛି । ପୁଣି ଥରେ ନିୟମିତ ଭାବେ ବାଣିଜ୍ୟିକ ଆନ୍ତର୍ଜାତୀୟ ବିମାନ ଉଡାଣ ସେବା ଆରମ୍ଭ ହେବ, ଯାହା ଅଧୀନରେ ବିମାନ ଦେଶ ବାହାରକୁ ଯାଇପାରିବ ଏବଂ ବିଦେଶରୁ ବିମାନ ମଧ୍ୟ ଭାରତ ଆସିପାରିବ । ଉଲ୍ଲେଖଯୋଗ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବାଣିଜ୍ୟିକ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲା ।