କଂଗ୍ରେସ ସଭାପତି ରହିବେ ସୋନିଆ ଗାନ୍ଧୀ!

ନୂଆଦିଲ୍ଲୀ : ୫ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ହାଇକମାଣ୍ଡ ପରିବର୍ତ୍ତନ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଚ୍ଛେଦ । ଏନେଇ ଦଳର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ବର୍ତ୍ତମାନର ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଉଥିବା ସୋନିଆ ଗାନ୍ଧୀ ହିଁ ଦଳକୁ ଆଗାମୀ ନେତୃତ୍ୱ ଦେବା ନେଇ ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ ଯେ କଂଗ୍ରେସ ୫ ରାଜ୍ୟରେ ଶୋଚନ ପରାଜୟ ପରେ କେତେକ ଗଣମାଧ୍ୟମରେ ସୋନିଆଙ୍କ ଇସ୍ତଫା ଦେବେ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା । ଏହାସହ କଂଗ୍ରେସକୁ ଏକ ନୂଆ ମୂଖ୍ୟ ମିଳିବା ନେଇ କ୍ରମାଗତ ଭାବେ ଚର୍ଚ୍ଚା ହୋଇ ଆସୁଥିଲା । ଯାହା ଦଳର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ପରେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି ।