ମହିଳାଙ୍କୁ ଗଣଦୁଷ୍କର୍ମ କଲେ ୪ ଖାଦ୍ୟ ଡେଲିଭରି ବୟ

ନୂଆଦିଲ୍ଲୀ: ଦିଲ୍ଲୀ ନିକଟସ୍ଥ ଗୁରଗାଓଁରେ ୩୨ ବର୍ଷୀୟ ଜଣେ ମହିଳାଙ୍କ ସହିତ ୪ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି । ଏହି ଘଟଣା ପରେ ଅଭିଯୁକ୍ତମାନେ ମହିଳାଙ୍କୁ ମାଡ ମଧ୍ୟ ମାରିଛନ୍ତି ଫଳରେ ପୀଡିତା ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।ପୋଲିସ ଦ୍ୱାରା ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ନାଁ ହେଉଛି ପଙ୍କଜ, ପୱନ, ରଞ୍ଜନ ଓ ଗୋବିନ୍ଦ ଅଟେ ।

ପୀଡିତାଙ୍କୁ ଚିକିତ୍ସା କରିବା ପାଇଁ ପୂର୍ବରୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, କିନ୍ତୁ ମହିଳାଙ୍କ ସ୍ଥିତି ଖରାପ କରିବା ପରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ପଠାଯାଇଛି ।

ତେବେ ପୋଲିସର କହିବା ଅନୁସାରେ, ଏହି ଘଟଣା ସହରର ଡିଏଲଏଫ ଫେଜ-୨ରେ ହୋଇଛି । ଗୁରଗାଓଁ ପୋଲିସ ଏହି ମାମଲାରେ ତୁରନ୍ତ ୪ ଅଭିଯୁକ୍ତକୁ ଗିରଫ କରିନେଇଛି । ୪ ଅଭିଯୁକ୍ତ ଫୁଡ୍ ଡେଲିଭରୀ କମ୍ପାନୀରେ ଡେଲିଭରି ବୟ ଭାବରେ କାମ କରନ୍ତି । ପୁଲିସ ୪ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। ଅଭିଯୁକ୍ତ ପୀଡିତାଙ୍କୁ ପୂର୍ବରୁ ଜାଣିଥିଲେ କି ନାହିଁ, ସେ ବିଷୟରେ ଜାଣିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି। ଏଥିସହିତ ଗୁରୁଗ୍ରାମ ପୁଲିସ ମହିଳାଙ୍କ ସୁସ୍ଥ ହେବା ପାଇଁ ଅପେକ୍ଷା କରିଛି ଯାହା ଦ୍ବାରା ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ।