ବିଗ ବଜେଟ ପ୍ରଜେକ୍ଟରେ ରଣବୀର-ଶ୍ରଦ୍ଧା

ମୁମ୍ବାଇ: ବଲିଉଡ ଷ୍ଟାଇଲିସ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଶ୍ରଦ୍ଧା କପୁର ଖୁବଶୀଘ୍ର ଏକ ବିଗ ବଜେଟ ପ୍ରଜେକ୍ଟରେ କାମ କରିବାକୁ ଯାଉଛନ୍ତି । ଏନେଇ ଫିଲ୍ମ ନିର୍ମାତା ଲଭ ରଞ୍ଜନ ଘୋଷଣା କରିଛନ୍ତି ଯେ, ରଣବୀର-ଶ୍ରଦ୍ଧାଙ୍କ ଆଗାମୀ ଅପ କମିଙ୍ଗ ଫିଲ୍ମ ଆସନ୍ତାବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ବଡ ପରଦାକୁ ଆସିବ ବୋଲି ଆଶା କରିଛନ୍ତି ।

ଅନ୍ୟପକ୍ଷରେ ରଣବୀର-ଶ୍ରଦ୍ଧା କପୁର ପ୍ରଥମଥର ପାଇଁ ଏହି ବିଗ ବଜେଟ ପ୍ରୋଜେକ୍ଟରେ କାମ କରିବେ । ଏହି ସୂଚନା ଲଭ ରଞ୍ଜନଙ୍କ ପ୍ରଡକ୍ସନ ହାଉସ ସୋସିଆଲ ମିଡିଆରେ ଜଣାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଚଳଚ୍ଚିତ୍ରର ଟାଇଟଲ ଏପର୍ଯ୍ୟନ୍ତ ଫାଇନାଲ ସ୍ପଷ୍ଟ ହୋଇନଥିବାବେଳେ ଉଭୟ ବର୍ତ୍ତମାନ ଅନେକ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।