ଚୀନରେ ଫେରିଲା ଲକଡାଉନ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଦ୍ରୁତ ଗତିରେ କୋଭିଡ-୧୯ ହ୍ରାସ ପାଉଥିବାବେଳେ ଚୀନାରେ କିନ୍ତୁ ତାଣ୍ଡବ ରଚୁଛି ସଂକ୍ରମଣ । ସୂଚନାଯୋଗ୍ୟ ଯେ, ଚୀନର ସାଂଘାଇ ସହରରେ ପୁଣିଥରେ ଦ୍ରୁତ ଗତିରେ ବଢିଚାଲିଛି କୋଭିଡ-୧୯ । ଫଳରେ ସେଠାରେ ଅଧିକାଂଶ ସ୍ଥାନରେ ଲକଡାଉନ୍‌ କରାଯିବା ସହ କୋଭିଡ-୧୯ ସଂକ୍ରମଣ ବ୍ରେକ ଦେବାକୁ ବିଭିନ୍ନ ସ୍ଥାନରେ ଯାଞ୍ଚକୁ ମଧ୍ୟ କଡାକଡି କରାଯାଇଛି । ଏହାସହ ବିନା କାରଣରେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ସେହିପରି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ସମସ୍ତ ଜରୁରୀ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଏହି ସଂକ୍ରମଣକୁ ଚେକ ଦେବାକୁ ସାଧାରଣ ପରିବହନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।