ଭାରତ ଆସିବେ ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଖୁବଶୀଘ୍ର ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଭାରତ ଗସ୍ତରେ ଆସିବେ । ଏନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ନିଜ ପତ୍ନୀଙ୍କ ସହ ଆସନ୍ତା ଏପ୍ରିଲ ୧ରୁ ୩ ଯାଏଁ ଭାରତ ଗସ୍ତରେ ଆସିବେ । ବିଦେଶ ମନ୍ତ୍ରଣାଳୟର ଅନୁସାରେ ଜୁଲାଇ ୨୦୨୧ରେ ଦାୟିତ୍ୱ ଗ୍ରହଣ କରିବା ପରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଦ୍ୱିପାକ୍ଷିକ ଯାତ୍ରା ହେବ ।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ନେପାଳ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ସେହିପରି ଏପ୍ରିଲ ୨ରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ସହ ମଧ୍ୟ ଭେଟିବାର କାର୍ଯ୍ୟସୂଚୀ ରହିଛି । ସେହିପରି ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭାଲଙ୍କ ସହ ନେପାଳ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।