ଭାରତ ବନ୍ଦର ଆଶିଂକ ପ୍ରଭାବ

ନୂଆଦିଲ୍ଲୀ: କେନ୍ଦ୍ରର ଜନବିରୋଧୀ, ଶ୍ରମିକ ମାରଣ ନୀତି ଏବଂ ସରକାରୀ ବ୍ୟାଙ୍କଗୁଡିକର ଗରୋଇକରଣ ଉଦ୍ୟମକୁ ବିରୋଧ କରି କେନ୍ଦ୍ରିୟ ଟ୍ରେଡ ୟୁନିୟନର ଏକ ମିଳିତ ପ୍ଲାଟଫର୍ମ ପକ୍ଷରୁ ୨୮/୨୯ ତାରିଖ ଦୁଇ ଦିନ ଭାରତ ବନ୍ଦ ଡାକରା ଦେଇଛି । ଏହି ଭଳି ବିଭିନ୍ନ ଦାବିକୁ ନେଇ ସୋମବାର ସକାଳୁ ଭାରତ ବନ୍ଦର ପ୍ରଭାବ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି । ସେହିପରି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ବିଭିନ୍ନ ସଂଗଠନ ପକ୍ଷରୁ ପିକେଟିଂ କରିବା ସହିତ ଧାରଣା ଦେଇଛନ୍ତି । ଭୁବନେଶ୍ୱରରେ ସିପିଆଇ (ଏମଏଲ) ପକ୍ଷରୁ ରେଳ ଲାଇନ ଉପରେ ନାରାବାଜି କରିବା ସହିତ ରେଳ ରୋକ କରିଛନ୍ତି ।

ସେହିଭଳି ପୁର୍ବରୁ ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟ ଏହି ଧର୍ମଘଟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି । ଫଳରେ ସୋମବାର ଓ ମଙ୍ଗଳବାର ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।