ସିଙ୍ଗାପୁର ଗସ୍ତରେ ଆର୍ମି ଚିଫ୍‌ ନରୱାଣେ

ନୂଆଦିଲ୍ଲୀ : ଆର୍ମି ଚିଫ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ମୋସବାରଠୁ ସିଙ୍ଗାପୁର ଗସ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇଁ ଆର୍ମି ଚିଫ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଏହି ଗସ୍ତ କରିଛନ୍ତି । ସେହିପରି ତାଙ୍କର ଏହି ଗସ୍ତ ସମୟରେ ଆର୍ମି ଚିଫ୍‌ ସିଙ୍ଗାପୁରର ବରିଷ୍ଠ ସେନା ଅଧିକାରୀ ଓ ନାଗରିକ ନେତୃତ୍ୱଙ୍କ ସହ ଆଲୋଚନା କରିବେ । ଏହାସହ ସିଙ୍ଗାପୁରର ପ୍ରତିରକ୍ଷା ମନ୍ତ୍ରୀ, ସିଙ୍ଗାପୁର ସେନାର ମୁଖ୍ୟ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସେନା ମୁଖ୍ୟ ନରୱାଣେ ଭାରତ ଓ ସିଙ୍ଗାପୁର ପ୍ରତିରକ୍ଷା ସମ୍ପର୍କରେ ଆଲୋଚନା କରିବାର ସୂଚନା ମିଳିଛି ।

ଅନ୍ୟପଟେ ସେ ସୂଚନା ଫ୍ୟୁଜନ୍‌ ସେଣ୍ଟର ଏବଂ ଚାଙ୍ଗି ନାଭାଲ ବେସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ଯେ, ତେବେ ଗତ ବର୍ଷ ଆର୍ମି ଚିଫ ଜେନେରାଲ ନରୱାଣେ ସାଉଦି ଆରବ ଗସ୍ତରେ ଯାଇଥିଲେ ।