ୱାର୍ଲ୍ଡ ଡବଲ୍ସ ସ୍କ୍ୱାଶ ଚାମ୍ପିଅନସିପରେ ଭାରତକୁ ୨ ସ୍ୱର୍ଣ୍ଣ ପଦକ

ଗ୍ଲାସଗୋ : ଗ୍ଲାସଗୋରେ ଚାଲିଥିବା ଡବଲ୍ୟୁଏସଏଫ ୱାର୍ଲ୍ଡ ଡବଲ୍ସ ସ୍କ୍ୱାଶ୍‌ ଚାମ୍ପିଅନସିପରେ ଦୀପିକା ପାଲିକଲ କାର୍ତ୍ତିକ ଓ ସୌରଭ ଘୋଷାଲଙ୍କ ଯୋଡି ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଇଛନ୍ତି । ମିକ୍ସଡ ଡବଲ୍ସ ଫାଇନାଲରେ ଦ୍ୱିତୀୟ ସିଡ ଭାରତୀୟ ଯୋଡି ଇଂଲଣ୍ଡର ଆଦ୍ରିଆନ ୱାଲର୍‌ ଓ ଆଲିସନ ୱାଟର୍ସଙ୍କ ଚତୁର୍ଥ ସିଡ ଯୋଡିକୁ ୧୧-୬, ୧-୮ ସିଧା ସେଟରେ ହରାଇ ଟାଇଟଲ ଜିତିଛନ୍ତି ।

ସେହିପରି ଦୀପିକା ମଧ୍ୟ ମହିଳା ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ନ୍ୟୁଜିଲାଣ୍ଡର ଜୋଲି କିଙ୍ଗ ଓ ଆମଣ୍ଡା ଲ୍ୟାଣ୍ଡର୍ସ ମଫି ଆହତ କାରଣରୁ ସେମିଫାଇନାଲରୁ ଓହରିଯିବା ଫଳରେ ଜ୍ୟୋତ୍ସ୍ନା ଚିନାପ୍ପା ସହ ଦୀପିକା ଟାଇଟଲ ପାଇଁ ମୁକାବିଲା କରିବେ । ଟାଇଟଲ ଲଢେଇରେ ଭାରତୀୟ ଯୋଡି ଇଂଲଣ୍ଡର ସାରାହ-ଜାନେ ପେରୀ ଓ ଆଲିସନ୍‌ ୱାଟର୍ସଙ୍କ ଯୋଡିକୁ ଭେଟିବେ ।