ହୃଦଘାତର ଶିକାର ହେଲେ ରୁଷ ପ୍ରତିରକ୍ଷା ମନ୍ତ୍ରୀ

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଲଢେଇ ଥମିବାର ନା ନେଉନାହିଁ…

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଲଢେଇ ଥମିବାର ନା ନେଉନାହିଁ । ଏହାମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଖାସ ବ୍ୟକ୍ତି ତଥା ପ୍ରତିରକ୍ଷା ମନ୍ତ୍ରୀ ସର୍ଗୋଇ ଶୋଈଗୁଙ୍କୁ କିଛିଦିନ ହେବ ଦେଖିବାକୁ ମିଳିନାହିଁ । ରୁଷ ପ୍ରତିରକ୍ଷା ମନ୍ତ୍ରୀ ହୃଦଘାତର ଶିକାର ହୋଇଥିବା ନେଇ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଦ୍ୱାରା ସୂଚନା ମିଳିଛି ।

ସୂଚନାଯୋଗ୍ୟ ୨୦୧୨ରୁ ପ୍ରତିରକ୍ଷା ମନ୍ତ୍ରୀ ସର୍ଗୋଇ ଶୋଈଗୁ ଋଷ ରାଷ୍ଟ୍ରପତି ବ୍ଲାଦମୀର ପୁତିନଙ୍କ ନିକଟତର ସହଯୋଗୀ ଥିଲେ । ହେଲେ ନିକଟରେ ରୁଷ ରାଷ୍ଟ୍ରପତି ପୁଟିିନ ଓ ଶୋଈଗୁଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିବା ନେଇ ସୂଚନା ମିଳିଥିଲା ।