୨୦୨୩ ସୁଦ୍ଧା ଦେଶର ପ୍ରଥମ ଅଣ୍ଡର ୱାଟର ଟନେଲ

କୋଲକାତାରେ ଆରମ୍ଭ ହୋଇଥିବା ପାଣି ଭିତରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ତିଆରି ଚାଲିଛି ଦେଶର ପ୍ରଥମ ଅଣ୍ଡର ୱାଟର…

ନୂଆଦିଲ୍ଲୀ: କୋଲକାତାରେ ଆରମ୍ଭ ହୋଇଥିବା ପାଣି ଭିତରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ତିଆରି ଚାଲିଛି ଦେଶର ପ୍ରଥମ ଅଣ୍ଡର ୱାଟର ଟନେଲ । ଏହି ଟନେଲ ୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଜଣାପଡିଛି । ଏହି ଟନେଲର କାମ ଜୋର ସୋରରେ ଚାଲିଥିବା ବେଳେ ଏହା ଦେଶର ପ୍ରଥମ ଅଣ୍ଡର ୱାଟର ଟନେଲ ।

ସେହିପରି ଏହା ହୁଗଳୀ ନଦୀରେ ହେଉଥିବାବେଳେ ଏହି ଅଣ୍ଡର ୱାଟର ଟନେଲ ହାୱାଡାରୁ କୋଲକାତାକୁ ସଂଯୋଗ କରିବ । ଏହାର ଲମ୍ବ ୧୬.୬ କିମି ହୋଇଥିବା ବେଳେ ପୂର୍ବ-ପଶ୍ଚିମ ବିସ୍ତାର ମଧ୍ୟରୁ ୫୨୦ ମିଟର ନଦୀ ଶଯ୍ୟା ତଳେ ଏହି ଟନେଲ ରହିବ । ଏହା ସହିତ ଟନେଲ କରିଡର ନଦୀ ବନ୍ଧର ୩୩ ମିଟର ତଳେ ନିର୍ମିତ ହେଉଛି ।

ସୂଚନା ଯୋଗ୍ୟ, ଏହା କୋଲକାତାକୁ ହାୱାଡା ସହିତ ସଂଯୋଗ କରିବ । ସେହିପରି ଯାତ୍ରୀଙ୍କ ସୁରକ୍ଷା ଲାଗି ସମସ୍ତ ପ୍ରକାରର ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସହିତ ଜରୁରୀକାଳୀନ ପରିସ୍ଥିତରେ ଯାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ଟନେଲ ଭିତରେ ଚଲାବାଟ ରହିବ । ଏହି ଟନେଲ କାମ ପ୍ରାୟ ୮୦ ପ୍ରତିଶତ କାମ ସରିଯାଇଥିବା ବେଳେ ପୂର୍ବ-ପଶ୍ଚିମ ହାୱାଡା ମେଟ୍ରୋ ଷ୍ଟେସନ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇ ସାରିଛି । ଏହି ମେଟ୍ରୋ ସେବା ୨୦୨୩ର ଆରମ୍ଭ ହୋଇଯିବ ବୋଲି ମିଥୁନ ଘୋଷ ସୂଚନା ଦେଇଛନ୍ତି ।