ଦେଶରେ ତଳମୁହାଁ କୋରନା ଗ୍ରାଫ

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧିବା ପରେ…

ନୂଆଦିଲ୍ଲୀ : ଦେଶରେ ତଳମୁହାଁ ହେବାରେ ଲାଗିଛି କୋରନା ଗ୍ରାଫ । ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧିବା ପରେ ସେହି ଅନୁପାତରେ କମିବାରେ ଲାଗିଛି । ସେହିପରି କୋଭିଡ କୋଭିଡଜନିତ ମୃତ୍ୟୁସଂଖ୍ୟାରେ ବି ବ୍ରେକ ଲାଗିଛି ।

ସୂଚନାଯୋଗ୍ୟ ଯେ, ଦେଶରେ ଦୈନିକ ୪ ଲକ୍ଷ ଟ୍ରେଣ୍ଡ ପରେ ଏବେ ବର୍ତ୍ତମାନ ଦୈନିକ ଏକ ହଜାର ତଳକୁ ଖସିଛି । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୧୧୯୧ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୫ ଲକ୍ଷ ୭ ହଜାର ୩୮ ଜଣ ସୁସ୍ଥ ହେବା ସହ ୫୨୧୭୪୩ ସଂକ୍ରମିତ ପ୍ରାଣ ହରାଇଛନ୍ତି ।