ଟ୍ରାକ ବଦଳାଇବା ବେଳେ ୨ ଟ୍ରେନ ମୁହାଁମୁହିଁ ଧକ୍କା

୨ ଟ୍ରେନ ମୁହାଁମୁହିଁ ଧକ୍କା…

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଗଡଗ ଏକ୍ସପ୍ରେସ୍‌ ଏବଂ ପୁଡୁଚେରୀ ଏକ୍ସପ୍ରେସ ଟ୍ରେନ ମଧ୍ୟରେ ଦୁର୍ଘଟଣା ହୋଇଛି । ଦାଦର ଏବଂ ମଟୁଗାଁ ମଧ୍ୟରେ ଟ୍ରାକ୍‌ ବଦଳାଇବା ବେଳେ ଏହି ଦୁଇ ଟ୍ରେନ ସାମ୍ନାସାମ୍ନି ହୋଇଥିଲେ । ଉଭୟ ଟ୍ରେନର ବଗିଗୁଡିକ ନିଜ ନିଜ ମଧ୍ୟରେ ପିଟି ହେବା ଯୋଗୁଁ ଓଭର ହେଡ୍‌ ଓ୍‌ବେୟାର ଭାଙ୍ଗି ଯାଇଥିଲା । ଫଳରେ ପ୍ରଚଣ୍ଡ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା ।

ସବୁଠୁ ବଡ କଥା ହେଲା ଉଭୟ ଟ୍ରେନ ସାମ୍ନାସାମ୍ନି ହେବା ବେଳେ ଟ୍ରେନର ବେଗ ବହୁତ କମ୍‌ ଥିଲା । ସେହିପରି ଏହି ଦୁର୍ଘଟଣାରେ କାହାର କୌଣସି କ୍ଷତି ଘଟିନାହିଁ । ଏକ ରିପୋର୍ଟ ଅନୁସାରେ ଟ୍ରାକ୍‌ ବଦଳାଇବା ବେଳେ ଉଭୟ ଟ୍ରେନର ବଗି ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ବଗିଗୁଡିକ ରେଳ ଧାରଣାରୁ ଖସିଯାଇଥିଲା ।

ଅନ୍ୟପକ୍ଷରେ ଟ୍ରେନ ଦୁର୍ଘଟଣା ଯୋଗୁଁ ରେଳବାଇର ଯାତାୟତ ପ୍ରଭାବିତ ହୋଇଛି । ରେଳଲାଇନରେ ଅନ୍ୟଦୁଇ ମାର୍ଗରେ ଆସୁଥିବା ସମସ୍ତ ଟ୍ରେନକୁ ଅଟକାଇ ଦିଆଯାଇଛି । ଏହି ଦୁର୍ଘଟଣାର ସୂଚନା ମିଳିବା ପରେ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିବା ସହ ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି ।