ଆତଙ୍କବାଦୀଙ୍କ ଡବଲ ଷ୍ଟ୍ରାଇକ: ୮ ପାକିସ୍ତାନୀ ସୈନ୍ୟ ମୃତ
ପାକିସ୍ତାନର ଅଶାନ୍ତି ଉତ୍ତର ୱଜିରୀସ୍ତାନ ଅଞ୍ଚଳରେ ବିଦ୍ରୋହୀମାନେ ପାକିସ୍ତାନ …
ନୂଆଦିଲ୍ଲୀ: ପାକିସ୍ତାନର ଅଶାନ୍ତି ଉତ୍ତର ୱଜିରୀସ୍ତାନ ଅଞ୍ଚଳରେ ବିଦ୍ରୋହୀମାନେ ପାକିସ୍ତାନ ସେନା ଉପରେ ଆକ୍ରମଣ କରିଛନ୍ତି । ଯେଉଁଥିରେ ୭ ଜଣ ସୈନିକ ପ୍ରାଣ ହରାଇବା ସହ ଅନ୍ୟ ଏକ ସ୍ଥାନରେ ମଧ୍ୟ ସେନା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବା ଫଳରେ ଜଣେ ସୈନିକଙ୍କ ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ଯେ, ଭାରତ ଓ ବିଶ୍ୱର ଅନ୍ୟ ରାଷ୍ଟ୍ରକୁ ଆତଙ୍କବାଦୀ ପଠାଇଆସୁଥିବା ପାକିସ୍ତାନ ଏବେ ଏହି ସମସ୍ୟାର ସାମ୍ନା କରୁଛି । ପାକିସ୍ତାନୀ ସେନାର ଇଣ୍ଟର-ସର୍ଭିସେଜ ପବ୍ଲିକ ରିଲେଶନ ପକ୍ଷରୁ କୁହାଯାଇଛି ଯେ ବିଦ୍ରୋହୀମାନେ ଉତ୍ତର ୱଜିରୀସ୍ତାନ ଜିଲ୍ଲାର ଦାତାଖେଳ ତହସୀଲ ଅନ୍ତିର୍ଗତ ସେନାର ଗାଡି ଉପରେ ଅଙ୍କୁଶ ଲଗାଇ ଆକ୍ରମଣ କରିଛନ୍ତି ।
ଏହି ଆକ୍ରମଣରେ ଗ୍ରେନେଡ ଲଞ୍ଚର ଓ ଆସଲ୍ଟ ଗନ ବ୍ୟବହାର କରାଯାଇଛି । ଏହି ଅଞ୍ଚଳ ପାକିସ୍ତାନ-ଆଫଗାନିସ୍ତାନ ସୀମାଠାରୁ ନିକଟରେ ଅଛି । ସେହିପରି ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଆଫଗାନିସ୍ତାନ ଫେରାର ହୋଇଯାଇଥିବା ନେଇ ଜଣାପହିଛି । ଅନ୍ୟପକ୍ଷରେ ଏହି ଆକ୍ରମଣ ପରେ ପାକିସ୍ତାନୀ ସେନା ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । କିନ୍ତୁ ସେତବେଳକୁ ବିଦ୍ରୋହୀମାନେ ପଳାୟନ କରିସାରିଥିଲେ ।