ଇସ୍ତାନବୁଲରେ ବିସ୍ଫୋରଣ: ୧୦ ଜଣ ଆହତ

ତୁର୍କୀ ଇସ୍ତାନବୁଲରେ ଏକ ଭୟଙ୍କର ବିସ୍ଫୋରଣ…

ନୂଆଦିଲ୍ଲୀ: ତୁର୍କୀ ଇସ୍ତାନବୁଲରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ଇସ୍ତାନବୁଲର ବେୟଗଲୁରେ ହୋଇଛି । ସେହିପରି ବିସ୍ଫୋରଣ ପରେ ସଂପୃକ୍ତ ଅଞ୍ଚଳକୁ ଖାଲି କରିଦିଆଯାଇଛି । ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହି ବିସ୍ଫୋରଣର ଶବ୍ଦ ଏତେ ଜୋରରେ ହୋଇଥିଲା ଯେ, ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା । ବିସ୍ଫୋରଣର ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ତଦନ୍ତ କରୁଥିବା ଜଣାପଡିଛି ।