୨୪ ଘଣ୍ଟାରେ ଦେଶରେ ଆଉ ୧,୨୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ କରୋନା ସଂକ୍ରମଣ ଦିନେ ବୃଦ୍ଧି ହେଉଥିବା ବେଳେ…

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦିନେ ବୃଦ୍ଧି ହେଉଥିବା ବେଳେ ଦିନେ ହ୍ରାସ ହେଉଛି। ୨୪ ଘଣ୍ଟାରେ ଆଉ ୧,୨୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୪୫,୫୨୭କୁ ବୃଦ୍ଧି ପାଇଛି। ସେହିପରି ଆଉ ୯୨୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୫,୧୧,୭୦୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୬%। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ

କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୧,୯୬୬ରେ ପହଞ୍ଚିଛି। ମୃତ୍ୟୁ ହାର ୧.୨୧%। ଆଉ ୧୧,୮୬୦ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତ ହାର ୦.୦୩%। ଦିନକ ପୂର୍ବରୁ ୪,୦୧,୯୦୯ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୮୩,୨୫,୦୬,୭୫୫ ନମୁନା ପରୀକ୍ଷା କରାଯାଇଛି। ସେହିପରି ଦିନକ ଆଗରୁ ୧୬,୮୯,୯୯୫ ଟିକା ନେଇଥିବା ବେଳେ ମୋଟ ୧,୮୬,୭୨,୧୫,୮୬୫ ଟିକାକରଣ କରାଯାଇଛି।