ଆଜି ପୂର୍ବାହ୍ନ ୧୦ଟା ଠାରୁ ୱେବସାଇଟରେ ମିଳିବ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କର Admit Card

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଆସନ୍ତା ୨୯…

ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଆସନ୍ତା ୨୯ ତାରିଖଠାରୁ ଆରମ୍ଭ ହେବ । ତେବେ ଉକ୍ତ ପରୀକ୍ଷାର ଆଡମିଟ୍ କାର୍ଡ ଆଜିଠାରୁ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ । ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମାର ଛାତ୍ରଛାତ୍ରୀଙ୍କର ଆଡମିଟ୍ କାର୍ଡ ମଧ୍ୟ ୱେବସାଇଟରୁ ମିଳିପାରିବ ।  ଆଜି ପୂର୍ବାହ୍ନ ୧୦ଟା ଠାରୁ ବୋର୍ଡ ୱେବସାଇଟରେ ଆଡମିଡ୍ କାର୍ଡ ଉପଲବ୍ଧ ହେବ । ସମସ୍ତ ସ୍କୁଲର ପ୍ରଧାନଶିକ୍ଷକମାନେ ସ୍କୁଲ କୋର୍ଡ ଓ ପାସୱାର୍ଡ ବ୍ୟବହାର କରି ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ସେହିପରି କରେସପଣ୍ଡେନ୍ସ ଓ ମଧ୍ୟମା ପରୀକ୍ଷାର୍ଥୀ ସେମାନଙ୍କର ନାମ ଓ ପିତାଙ୍କ ନାମ ଲଗ୍ ଇନ୍ କରି ଆଡମିଡ୍ କାର୍ଡ ଡାଉନଲୋଡ୍ କରିପାରିବେ ।