ପାକିସ୍ତାନକୁ କଡା ଚେତାବନୀ ଦେଲା ଆଫଗାନିସ୍ତାନ

00

ନୂଆଦିଲ୍ଲୀ: ଆଫାଗାନିସ୍ତାନରେ ଏୟାର ଷ୍ଟ୍ରାଇକ କରିଥିବା ପାକିସ୍ତାନକୁ ଚେତାବନୀ ଦେଇଛି ଆଫଗାନିସ୍ତାନ । ଆଫଗାନିସ୍ତାନର ସୂଚନା ଏବଂ ସଂସ୍କୃତି ମନ୍ତ୍ରୀ ଚେତବାନୀ ଦେଇ କହିଛନ୍ତି ଯେ ପାକିସ୍ତାନ ଆମର ଧର୍ଯ୍ୟ ପରୀକ୍ଷା କରିବା ଉଚିତ ନୁହଁ । ଆଫଗାନିସ୍ତାନ ମଧ୍ୟ ପରିସ୍ଥିତିକୁ ସାମ୍ନା କରିବାର ସାମର୍ଥ୍ୟ ରହିଛି । ବିଭିନ୍ନ ପ୍ରକାକର କୂଟନୈତିକ ବାଟ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ କରାଯାଉଛି । କିନ୍ତୁ ଏୟାର ଷ୍ଟ୍ରାଇକ ଭଳି ପଦକ୍ଷେପ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବ ।

ସେହିପରି ପାକିସ୍ତାନର ଏୟର ଷ୍ଟାଇକକୁ ନିନ୍ଦା କରି ସେ କହିଛନ୍ତି ଯେ ଯଦି ଏହି ଘଟଣାର ପୁନରାବୃତ୍ତି ହୁଏ ତେବେ ଆଫଗାନିସ୍ତାନ ଚୁପ ବସିବ ନାହିଁ । ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିଲା । ଏହି ଆକ୍ରମଣରେ ପ୍ରାୟ ୩୦ ଜଣ ନିହତ ହୋଇଥିବା ସୂଚନା ମିଳିଛି ।