ଆଜାଦିକା ଅମୃତ ମହୋତ୍ସବ(ସାମାଜିକ ନ୍ୟାୟ ପକ୍ଷ) ଉପଲକ୍ଷେ ସ୍ୱାଧିନତା ସଂଗ୍ରାମୀମାନଙ୍କୁ ପୁଷ୍ପମାଲ୍ୟ: ଯୁବମୋର୍ଚ୍ଚା
ଆଜି ଯୁବମୋର୍ଚ୍ଚା ପକ୍ଷରୁ ଆଜାଦିକା ଅମୃତ ମହୋତ୍ସବ….
ଭୁବନେଶ୍ୱର: ଆଜି ଯୁବମୋର୍ଚ୍ଚା ପକ୍ଷରୁ ଆଜାଦିକା ଅମୃତ ମହୋତ୍ସବ(ସାମାଜିକ ନ୍ୟାୟ ପକ୍ଷ) ୧୮ଟି ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି । ଦେଶର ୭୫ତମ ସ୍ୱାଧିନତା ଅବସରରେ ଭାରତିୟ ଜନତା ପାର୍ଟି ପକ୍ଷରୁ ଦୀର୍ଘ ୧୫ଦିନ ପାଳନ କରାଯାଇଛି । ସ୍ଥାନୀୟ ମୁକ୍ତି ଯୋଦ୍ଧା, ସ୍ୱାଧିନତା ସଂଗ୍ରାମୀ ଯେଉଁମାନଙ୍କ କୀର୍ତିରାଜି ଆଜି ବି ଅବଦ୍ଧିତ ଅଛି ସେମାନଙ୍କ ପ୍ରତିମୂର୍ତିରେ ମାଲ୍ୟପଣ କରିଥିଲା ଯୁବମୋର୍ଚ୍ଚା । ସେନାନି ବା ପାରା ମିଲିଟାରି ଯୋଦ୍ଧମାନେ ଦେଶପାଇଁ ଜୀବନ ଦେଇଛନ୍ତି ସେହି ସହୀଦ ପରିବାରକୁ ଯାଇ ସମ୍ମାନ କାଯାଇଥିଲା । ସ୍ୱାଧିନତା ସଂଗ୍ରାମୀମାନଙ୍କ ସ୍ଥଳକୁ ଯାଇ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ସେଠାରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଭଦ୍ରକ ଜିଲ୍ଲା ଇରମଠାରେ ବାଂଛାନିନ୍ଦି ଭୋଇଙ୍କ ଜନ୍ମ ଜୟନ୍ତୀ ଅବସରରେ ଲବଣତୀର୍ଥ ଚୂଡାମଣିରୁ ଇରମଯାଏ ପଦଯାତ୍ରାରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଯୋଗ ଦେଇଥିଲେ । ରକ୍ତତୀର୍ଥ ଇରମ ୨୯ଜଣ ସହୀଦଙ୍କ ସମାଧିପୀଠ ଓ ସ୍ମିତି ସ୍ତମ୍ଭରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଯୁବମୋର୍ଚ୍ଚା ସଭାପତି ବରଗଡ ଜିଲ୍ଲାର ୫ଜଣ ସହୀଦ ହୋଇଥିବା ଘେଁସ ଜମିଦାର ମାଧୋ ସିଂଙ୍କ ସ୍ମାରକସ୍ଥଳକୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କର ଦାୟାଦ ଘେଁସ ରାଜମାତା ମମତା ସିଂ ବରିହାଙ୍କ ପାଦ ଧୋଇବା ସହ ଉତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ମାନୀତ କଲେ । ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ କୁମାର ଗୋଚ୍ଛାୟତ ପରଜଙ୍ଗଠାରେ ସ୍ୱାଧିନତା ସଂଗ୍ରାମୀ ମହେଶଚନ୍ଦ୍ର ସୁବାହୁସିଂଙ୍କ ପ୍ରତିମୂର୍ତିଠାରୁ ବୀର-ବେନୁ ସହୀଦ ସ୍ତମ୍ଭ ପର୍ଯ୍ୟନ୍ତ ପଦଯାତ୍ରା ହୋଇଥିଲା ।
ଅନୁଗୁଳ, ଭଦ୍ରକ, ବରଗଡ଼, ଭୁବନେଶ୍ୱର, ବୌଦ୍ଧ, ବଲାଙ୍ଗିର, ଢେଙ୍କାନାଳ, ଘୁମସୁରା, ଜଗତସିଂହପୁର, କଳାହାଣ୍ଡି, ବାରିପଦା, ପୁରୀ, କେନ୍ଦ୍ରାପଡ଼ା, ଝାରସୁଗୁଡା, ମାଲକାନଗିରି, ପାନପୋଷରେ ରାଜ୍ୟ ନେତୃବୃନ୍ଦ, ଯୁବ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ, ଯୁବମୋର୍ଚ୍ଚା ସଭାପତି କାର୍ଯ୍ୟକ୍ରମରେ ଯୋଗ ଦେଇ ସୁଫଳ ମଣ୍ଡିତ କରିଛନ୍ତି ।