ଗୋଲାପି ଓଠ ପାଇଁ ଏହି ସବୁ ନିୟମ ଜାଣନ୍ତୁ …

ରାତିରେ ଶୋଇବା ପୂର୍ବରୁ ଓଠକୁ….

ରାତିରେ ଶୋଇବା ପୂର୍ବରୁ ପ୍ରଥମେ ଓଠକୁ ସ୍କ୍ରବ୍ କରିବା ଭୁଲନ୍ତୁ ନାହିଁ । ପ୍ରଥମେ ଏକ ବିଟ୍ ନେଇ ଚୋପା ଛଡେଇ ଦିଅନ୍ତୁ । ଏହି ବିଟକୁ କୋରି ତାର ଜୁସ୍ ବାହାର କରନ୍ତୁ । ଏକ ଛୋଟ ପାତ୍ରରେ ୨ ଚାମଚ ବିଟ୍ ଜୁସ୍ ନେଇ ସେଥିରେ ଏକ ଚାମଚ ନଡିଆ ତେଲ, ଏକ ଚାମଚ ଭେସଲିନ୍ ବା ପେଟ୍ରୋଲିୟମ୍ ଜେଲି ଏବଂ ଦୁଇଟି ଭିଟାମିନ ଇ କ୍ୟାପସୁଲ ତେଲ ପକାଇ ଗୋଳାଇ ଦିଅନ୍ତୁ । ଘରୋଇ ଉପାୟରେ ଲିପବାମ୍ ପ୍ରସ୍ତୁତ ହୋଇଗଲା ।

ସାଧାରଣ ଏକ ଚାମଚ ଚିନି ଓ ମହୁ ନେଇ ଭଲ ଭାବରେ ମିଶାଇ ଓଠରେ ଧୀରେ ଧୀରେ ମସାଜ କରନ୍ତୁ ବା ଘଷନ୍ତୁ । ପରେ ପାଣିରେ ଧୋଇ ଓଠକୁ ପୋଛି ଦିଅନ୍ତୁ ଏବଂ ଲିପବାମ୍ ଲଗାଇ ଶୋଇ ପଡନ୍ତୁ । ଓଠ ନରମ, କୋମଳ ହେବା ସହ ଗୋଲାପି ହୋଇଯିବ ।