ଆଇସୋଲେସନରେ ଦିଲ୍ଲୀ କୋଚ୍‌

ଦିଲ୍ଲୀ କ୍ୟାପିଟାଲ୍ସ ଦଳର ହେଡ କୋଚ୍‌ ରିକି ପଣ୍ଟିଂଙ୍କ ପରିବାରର…

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ଦଳର ହେଡ କୋଚ୍‌ ରିକି ପଣ୍ଟିଂଙ୍କ ପରିବାରର ଜଣେ ସଦସ୍ୟ କୋଭିଡ୍‌ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି କାରଣରୁ ଦଳର ହେଡ କୋଚ୍‌ ରିକି ପଣ୍ଟିଂଙ୍କୁ ଆଇସୋଲେଟ ହେବାକୁ ପଡିଛି ।

ସୂଚନାଯୋଗ୍ୟ ଯେ, ପଣ୍ଟିଂ ଦୁଇ ଥର କରୋନା ଟେଷ୍ଟ କରିଛନ୍ତି ଏବଂ ଦୁଇ ଥର ରିପୋର୍ଟ ନେଗେଟିଭ ଆସିଛି । କିନ୍ତୁ ଡାକ୍ତରୀ ଦଳ ପଣ୍ଟିଂକୁ ଆଇସୋଲେସନରେ ରହିବାକୁ କହିଛନ୍ତି । କାରଣ ପଣ୍ଟିଂ ପରିବାର ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ।