ଶପଥ ନେଲେ ପାକ୍ର ବୈଦେଶିକ ମନ୍ତ୍ରୀ
ପାକିସ୍ତାନ ଶାହାବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରରେ ଭୁଟ୍ଟୋ ଜର୍ଦାରୀଙ୍କୁ ପ୍ରଧାନମନ୍ତ୍ରୀ ବୈଦେଶିକ ମନ୍ତ୍ରୀ ଭାବେ….
ଇସ୍ଲାମାବାଦ : ପାକିସ୍ତାନ ଶାହାବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରରେ ଭୁଟ୍ଟୋ ଜର୍ଦାରୀଙ୍କୁ ପ୍ରଧାନମନ୍ତ୍ରୀ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ଜର୍ଦାରୀ ବୁଧବାର ବୈଦେଶିକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଜର୍ଦାରୀଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ବୈଦେଶକ ମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି । ଶପଥ ନେବାର ପାଖାପାଖି ଗୋଟିଏ ସପ୍ତାହ ପୂର୍ବରୁ ଜର୍ଦାରୀ ପାକିସ୍ତାନ ମୁସଲିମ ଲିଗ ନୱାଜର ପ୍ରମୁଖ ନୱାଜ ସରିଫଙ୍କୁ ଲଣ୍ଡନରେ ସାକ୍ଷାତ କରିଥିଲେଫ ଏହି ସାକ୍ଷାତ ସମୟରେ ନୱାଜ ସରିଫ ଓ ଜର୍ଦାରୀ ଦେଶର ରାଜନୈତିକ ପରିସ୍ଥିତି ଉପରେ ଚର୍ଚ୍ଚା କରିବା ସହିତ ରାଜନୈତିକ ଓ ରାଷ୍ଟ୍ରୀୟ ହୀତ ପାଇଁ ମିଳିତ ଭାବେ କାମ କରିବା ପାଇଁ ସଙ୍କଳ୍ପ ନେଇଥିଲେ । ଶପଥ ଗ୍ରହଣ ପରେ ଜର୍ଦାରୀ କହିଛନ୍ତି ପାକିସ୍ତାନର ଯୁବକମାନେ କେବେବି ତାଙ୍କ ସ୍ୱପ୍ନକୁ ପୁରା କରିବା ପାଇଁ ଚେଷ୍ଟା ଛାଡ଼ନ୍ତୁ ନାହିଁ । ସେହିପରି ଶପଥ ଗ୍ରହଣ ପରେ ଜର୍ଦାରୀ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ସହିତ ଏକ ବୈଠକ କରିଛନ୍ତି ।