ଜଣେ ଅନ୍ୟଜଣଙ୍କୁ ଦେଖିଲେ ଚିଡ ଚିଡ ହେଉଛି । ପରସ୍ପର ପ୍ରତି ପରସ୍ପର ସମ୍ମାନ ରହୁନି। ସ୍ନେହ, ପ୍ରେମ ସତେ ଯେମିତି ସାତ ସପନ । ଏମିତି କାହିଁକି ହୁଏ । କେବଳ ପାରସ୍ପରିକ ବ୍ୟବହାର ଓ ବାହ୍ୟ ଚାପ ଏଥିପାଇଁ ଦାୟୀ ନା ଆଉ କିଛି ଅଦୃଶ୍ୟ ରହସ୍ୟ ରହିଛି ଯେଉଁଥିପାଇଁ ଏଭଳି ସମସ୍ୟା ପ୍ରାୟ ଦେଖା ଦେଉଛି । ଏହି ବାସ୍ତୁ ଦୋଷର ପ୍ରତିକାର ହୋଇ ପାରିଲେ ସ୍ବାମୀ – ସ୍ତ୍ରୀଙ୍କମଧ୍ୟରେ ସମ୍ପର୍କ ମଧୁର ହେବାକୁ ଟିକିଏ ବି ସମୟ ଲାଗିବ ନାହିଁ । ସୂଚନା ପାଇଁ କୁହାଯାଇପାରେ ଯେ, ଯେଉଁ ଘରର ଶୟନ କକ୍ଷରେ ବାସ୍ତୁ ଦୋଷ ରହିଥାଏ ସେହି ଘରେ ଦାମ୍ପତ୍ୟ କଳହ ଅଧିକ ହୋଇଥାଏ ।
ଘରର ଶୟନ କକ୍ଷ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ମଣିଷ ଏଠାରେ ରିଲାକ୍ସ କରିଥାଏ । ନିଜର ଥକାପଣ ଦୂର କରିବା ସହ ନିଜ ପାର୍ଟନରଙ୍କ ସହ ସମୟ ଅତିବାହିତ କରିଥାଏ ।ଏହି କକ୍ଷରେ ମଣିଷ ନିଜ ଭବିଷ୍ୟତ ପାଇଁ ମଧ୍ୟ ରୂପରେଖ ଆଙ୍କିଥାଏ । ତେଣୁ ଘର ତିଆରି ସମୟରୁ ହିଁ ଶୟନ କକ୍ଷର ସମ୍ପର୍କରେ ସତର୍କ ହେବା ସହ ଏହାର ବାସ୍ତୁଗତ ଦିଗ ପ୍ରତି ସଜାଗ ରହିବା ଆବଶ୍ୟକ ।