ବିଜୁଳି ସଙ୍କଟ ନେଇ ଗୃହମନ୍ତ୍ରୀଙ୍କ ବୈଠକ

ଦେଶରେ ଦେଖା ଦେଇଥିବା ବିଜୁଳି ସଙ୍କଟକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ……

ନୂଆଦିଲ୍ଲୀ: ଦେଶରେ ଦେଖା ଦେଇଥିବା ବିଜୁଳି ସଙ୍କଟକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଶକ୍ତି ମନ୍ତ୍ରୀ ଆରକେ ସିଂହ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୋଇଲା ଓ ଶକ୍ତି ସଚିବଙ୍କ ସମେତ ଅନେକ ବଡ ଅଧିକାରୀ ଉପସ୍ଥିତ ଥିବା ଜଣାପଡିଛି । ଉକ୍ତ ବୈଠକରେ କୋଇଲା ପରିବହନକୁ ନେଇ ଆଲୋଚନା ହେଉଛି ।

ଏଥିରେ କୋଇଲା ଯୋଗାଣ ବାଧିତ ହେବାକୁ ରୋକିବା ଉପରେ ମଧ୍ୟ ମନ୍ଥନ କରାଯିବ । ଫଳରେ ସବୁ ରାଜ୍ୟରେ କୋଇଲା ଯୋଗାଣ ଭଲ ଭାବେ ହେବା ସହ ବିଜୁଳି ସଙ୍କଟ ମଧ୍ୟ ଦୂର ହେବ । ଅଖିଳ ଭାରତୀୟ ବିଜୁଳି ଇଞ୍ଜିନିୟର ମହାସଂଘଙ୍କ ମୁତାବକ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର ଓ ଉତ୍ତରପ୍ରଦେଶ ସମେତ ୧୨ଟି ରାଜ୍ୟ ବିଜୁଳି ସଙ୍କଟ ଦେଇ ଗତି କରୁଛି । ଗ୍ରୀଷ୍ମ ଦିନରେ ବିଜୁଳି ଚାହିଦା ବଢୁଥିବାରୁ ବିଜୁଳି ଉତ୍ପାଦ ବଢାଇବା ଲାଗି ଅଧିକ କୋଇଲାର ଆବଶ୍ୟକତା ରହିଥାଏ ।