ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା: ପରିବାରକୁ ଭେଟିଲେ ଶାହ

କୋଲକାତାର କାଶୀପୁର ଅଞ୍ଚଳରେ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ….

କୋଲକାତା: କୋଲକାତାର କାଶୀପୁର ଅଞ୍ଚଳରେ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିଲା । ଦୁଇ ଦିନିଆ ପଶ୍ଚିବଙ୍ଗ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହ ମୃତ କାର୍ଯ୍ୟକତ୍ତାଙ୍କ ଘରେ ପହଞ୍ଚି ପରବାରବର୍ଗଙ୍କୁ ଭେଟିଥିଲେ । ଅମିତ ଶାହ କହିଛନ୍ତି ଯେ ବିଜେପି ଯୁବା ମୋର୍ଚ୍ଚାର ଉପାଧ୍ୟକ୍ଷ ଅର୍ଜୁନ ଚୌରାସିଆଙ୍କୁ ରାଜନୈତିକ ରୂପରେ ହତ୍ୟା କରାଯାଇଛି । ଟିଏମସି ସରକାର ଗତକାଲି ବର୍ଷ ପୂରଣ କରିଥିଲା । ଆଉ ଏହାର ଦ୍ୱିତୀୟ ଦିନରେ ବଙ୍ଗଳାରେ ରାଜନୈତିକ ହିଂସାର ପରମ୍ପରା ଆରମ୍ଭ ହୋଇଯାଇଛି । ଅର୍ଜୁନଙ୍କ ହତ୍ୟାକୁ ଆମେ ନିନ୍ଦା କରୁଛି । ଅଭିଯୁକ୍ତକୁ ଯେପରି କଠୋର ଦଣ୍ଡ ମିଳିବ ସେଥିପାଇଁ ଆମେ କୋର୍ଟରେ ଲଢିବୁ । ଏହାର ଯାଞ୍ଚ ସିବିଆଇକୁ ହସ୍ତାନ୍ତର କରାଯିବା ଉଚିତ ।