କାନାଡା ପ୍ରଧାନମନ୍ତ୍ରୀଙ୍କ ଅଚାନକ ୟୁକ୍ରେନ ଗସ୍ତ
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୟୁକ୍ରେନ ଗସ୍ତ କରି ଜେଲେନସ୍କିଙ୍କୁ ସାକ୍ଷାତ କରିଛନ୍ତି…
ନୂଆଦିଲ୍ଲୀ : କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୟୁକ୍ରେନ ଗସ୍ତ କରି ଜେଲେନସ୍କିଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ କାନାଡା ପ୍ରଧାନମନ୍ତ୍ରୀ କହିଛନ୍ତି, ପୁଟିନ୍ ହେଉଛନ୍ତି ଯୁଦ୍ଧ ଅପରାଧୀ । ସେହିପରି କାନାଡା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ସର୍ବଦା ୟୁକ୍ରେନ ସହ ରହିଛୁ । ସୂଚନାଯୋଗ୍ୟ ଯେ, ୟୁକ୍ରେନକୁ ବିଭିନ୍ନ ରାଷ୍ଟ୍ରମୁଖ୍ୟ ଏବଂ ଅନେକା ନେତା ଲଗାତର ଗସ୍ତ କରୁଛନ୍ତି । ନିକଟରେ କ୍ରୋଏସିଆ ପ୍ରଧାନମନ୍ତ୍ରୀ ଏବଂ ଜର୍ମାନ ସଂସଦର ସଭାପତି ମଧ୍ୟ ଜେଲେନସ୍କିଙ୍କୁ ଭେଟିଛନ୍ତି । ସେହିପରି ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନ୍ ୟୁକ୍ରେନ ଗସ୍ତ କରି ଫାଷ୍ଟ ଲେଡି ଓଲେନା ଜେଲେନଲ୍କିଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ।