ଲୋକେମାନେ କାମ କରିଥାନ୍ତି କି ଟିଭି ଦେଖନ୍ତି ଅଥବା ପଢ଼ାପଢ଼ି କରିଥାନ୍ତି। ସେମାନେ ରାତିରେ ଢ଼େର ଡେରିରେ ବି ଖାଇଥାନ୍ତି ଏବଂ ତାପରେ ଶୋଇଥାନ୍ତି। ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୋଇଲେ ଓଜନ ବଢ଼ିଯାଇଥାଏ । କିନ୍ତୁ ଏମିତି କିଛି ପାନୀୟ ଅଛି, ଯାହାକୁ ଶୋଇବା ପୂର୍ବରୁ ପିଇଲେ, ଓଜନ ବୃଦ୍ଧି ପାଇବ ନାହିଁ।
ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀର ପିଇଲେ ଖୁବ୍ ଭଲ ନିଦ ଆସେ। ତା’ଛଡ଼ା ଶରୀରରେ ଯେତେ ଚାପ ଥିଲେ ମଧ୍ୟ ତାହା କମିବା ସହିତ ଶରୀରର ଓଜନ ମଧ୍ୟ କମିଥାଏ। ଠିକ୍ ସେହିପରି ଲୋ କାଲୋରି ସୋୟା ମିଲ୍କ ସେବନ କରିଲେ ମଧ୍ୟ ଓଜନ ହ୍ରାସ ପାଇଥାଏ।ଏଥିରେ ଆଦୌ କ୍ୟାଲୋରି ନଥାଏ।
ରାତିରେ ଶୟନ ପୂର୍ବରୁ ଅଙ୍ଗୁର ଜୁସ୍ ପିଇଲେ ମଧ୍ୟ ଭଲ ନିଦ ଆସେ ଓ ଫ୍ୟାଟ୍ନେସ୍ କମିଥାଏ। କେମୋ ମାଇଲ୍ ଟି ସେବନ କରି ମଧ୍ୟ ଓଜନ କମିଥାଏ। ଖାଲି ସେତିକି ନୁହେଁ ଏହା ଶରୀରର ଯନ୍ତ୍ରଣା ଦୂର କରିବା ସହିତ ମସ୍ତିଷ୍କକୁ ଶାନ୍ତ ରଖେ।