ଅମରନାଥ ଯାତ୍ରା ନେଇ ଅମିତ ଶାହାଙ୍କ ବୈଠକ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅମରନାଥ ଯାତ୍ରାର ସୁରକ୍ଷାକୁ ସମୀକ୍ଷା କରିବା…
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅମରନାଥ ଯାତ୍ରାର ସୁରକ୍ଷାକୁ ସମୀକ୍ଷା କରିବା ପାଇଁ ଏକ ବୈଠକ କରିଛନ୍ତି । ଏହି ବୈଠକରେ ଏଥିରେ ସ୍ୱାସ୍ଥ୍ୟ, ସଡକ ଓ ସଞ୍ଚାରକୁ ନେଇ କ’ଣ କାମ ଚାଲୁଛି ଏବଂ କେବେ ସୁଦ୍ଧା ଶେଷ ହେବ ସେନେଇ ଆଲୋଚନା ହୋଇଥିଲା । ଏଥିରେ ଶାହଙ୍କ ବ୍ୟତୀତ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ ଏକେ ଭଲ୍ଲା, ସିଆରପିଏଫ୍ ଡିଜି କୁଲଦୀ ସିଂହଙ୍କ ସମେତ ବିଏସଏଫ ଓ ଗୃହ ମନ୍ତ୍ରଣାଳୟର ଅନେକ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ଯାତ୍ରୀଙ୍କ ଆବଶ୍ୟକତା ହିସାବରେ ଶ୍ରୀନଗରରେ ବିମାନ ସେବା ବଢାଇବା ସମେତ ଗୃହମନ୍ତ୍ରୀ ଅନେକ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୬ହଜାର ଫୁଟ ଉଚ୍ଚରେ ହସ୍ପିଟାଲ ଶଯ୍ୟା ପ୍ରସ୍ତୁତ ରଖିବାକୁ କୁହାଯାଇଛି । ରାସ୍ତାରେ ଯାତ୍ରୀଙ୍କ ବିଶ୍ରାମ ପାଇଁ ଟେଣ୍ଟ ସିଟିର ବ୍ୟବସ୍ଥା କରାଯିବ । ସୂଚନାଯୋଗ୍ୟ, ଚଳିତ ବର୍ଷ ଅମରନାଥ ଯାତ୍ରା ଜୁନ୍ ୩୦ରୁ ଆରମ୍ଭ ହେବ ।