ନାଟୋ ସଦସ୍ୟତା ପାଇଁ ସ୍ୱିଡେନ-ଫିନଲ୍ୟାଣ୍ଡର ଆବେଦନ
ନାଟୋରେ ମିଶିବା ପାଇଁ ବିଧିବଦ୍ଧ ଭାବେ ଆବେଦନପତ୍ର ଦାଖଲ କଲେ ସ୍ୱିଡେନ ଓ ଫିନଲ୍ୟାଣ୍ଡ । ଉଭୟ ରାଷ୍ଟ୍ରର….
ନୂଆଦିଲ୍ଲୀ: ନାଟୋରେ ମିଶିବା ପାଇଁ ବିଧିବଦ୍ଧ ଭାବେ ଆବେଦନପତ୍ର ଦାଖଲ କଲେ ସ୍ୱିଡେନ ଓ ଫିନଲ୍ୟାଣ୍ଡ । ଉଭୟ ରାଷ୍ଟ୍ରର ପ୍ରତିନିଧି ତଥା ରାଷ୍ଟ୍ରଦୂତ ବେଲଜିୟମ ରାଜଧାନୀ ବ୍ରୁସୱେସରେ ଥିବା ନାଟୋ ମୁଖ୍ୟାଳୟରେ ମହାସଚିବ ଜେନସ ଷ୍ଟୋଲଟେନବର୍ଗଙ୍କ ନିକଟରେ ଏହି ଆବେଦନପତ୍ର ଦାଖଲ କରିଛନ୍ତି । ରୁଷର ୟୁକ୍ରେନ ଉପରେ ଆକ୍ରମଣ ପରେ ଉଭୟ ୟୁରୋପୀୟ ରାଷ୍ଟ୍ର ସାମରିକ ମେଣ୍ଟ ନାଟୋରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ତେବେ ସେମାନେ ବିଧିବଦ୍ଧ ଭାବେ ଆବେଦନପତ୍ର ଦାଖଲ କରିଛନ୍ତି ।
ଅନ୍ୟପକ୍ଷରେ ନାଟୋ ମହାସଚିବ ଏହି ଦୁଇ ପ୍ରତିନିଧିଙ୍କୁ ସ୍ୱାଗତ ମଧ୍ୟ କରିଛନ୍ତି । ସେହିପରି ଉଭୟ ଦେଶଙ୍କ ବିଧିବଦ୍ଧ ଆବେଦନ ପରେ ଖୁବଶୀଘ୍ର ଏହି ଦୁଇ ଦେଶକୁ ନାଟୋର ସଦସ୍ୟତା ମିଳିପାରେ ବୋଲି ମଧ୍ୟ ଆଶା କରାଯାଉଛି ।