ଲଗାଣ ବର୍ଷାରେ ବେହାଲ କେରଳ

ଲଗାଣ ବର୍ଷାରେ ବେହାଲ କେରଳର ଅନେକ ସହର । ପୂର୍ବରୁ ପାଣିପାଗ ବିଭାଗ ରାଜ୍ୟରେ ପ୍ରବଳ ବର୍ଷା ହେବା….

ନୂଆଦିଲ୍ଲୀ : ଲଗାଣ ବର୍ଷାରେ ବେହାଲ କେରଳର ଅନେକ ସହର । ପୂର୍ବରୁ ପାଣିପାଗ ବିଭାଗ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଥିଲା । କେରଳ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କେରଳ ଓ ଏହାର ଆଖପାଖ ଅଞ୍ଚଳରେ ଟ୍ରାପ ଲାଇନ ପ୍ରଭାବରେ ପ୍ରବଳ ବର୍ଷାର ଆଲର୍ଟ ଜାରି ହୋଇଛି । ସୂଚନାଯୋଗ୍ୟ ଯେ, କେରଳରେ କିଛି ଦିନ ଧରି ବର୍ଷା ପରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି ।