ନେପାଳ ବିମାନ ନିଖୋଜ ଘଟଣା: ୨୨ ଯାତ୍ରୀଙ୍କ ମଧ୍ୟରେ ୪ ଓଡିଆ ମୃତ

Nepal plane crash: 4 Oriyas killed in 22 passenger deaths

ନୂଆଦିଲ୍ଲୀ : ୨୨ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ନେପାଳର ଟ୍ୱିନ ଇଞ୍ଜିନ ୯ ଏନଏଇଟି ବିମାନ ସହ ଯୋଗାଯୋଗ ବଚ୍ଛିନ୍ନ ହୋଇଛି । ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା ଆଶଙ୍କା କରାଯାଉଛି । ବିମାନରେ ୪ ଭାରତୀୟ ରହିଥିବା ନେଇ ସୂଚନା ମିଳିଛି । ତେବେ ଏହି ସମସ୍ତ ଭାରତୀୟ ଓଡ଼ିଶାବାସୀ ବୋଲି ଜଣା ପଡ଼ିଛି ।

ଏନେଇ ତାଙ୍କ କେୟାର ଟେକର ଟିକନ ସାମଲ ସୂଚନା ଦେଇଛନ୍ତି । ଭୁବନେଶ୍ୱର ଜୟଦେବ ବିହାର ଗଙ୍ଗାଧର ନଗର ଏଚାଆଇଚି ୫ନଂ ଭୁବନେଶ୍ୱର ଜୟଦେବ ବିହାର ଗଙ୍ଗାଧର ନଗର ଏଚାଆଇଚି ୫ନଂରେ ରୁହନ୍ତି ଅଶୋକ ତ୍ରିପାଠୀ । ସେ ମେ ମାସ ୨୬ ତାରିଖରେ ମୁମ୍ବାଇ ତାଙ୍କ ପତ୍ନୀଙ୍କ ପାଖକୁ ଯାଇଥିଲେ ।

ଦୀର୍ଘ ୩ ବର୍ଷ ପରେ ସେ ତାଙ୍କ ପରିବାରକୁ ଦେଖା କରିବାକୁ ଯାଇଥିଲେ । ସେଠାରୁ ତାଙ୍କ ପରିବାର ସହିତ ନେପାଳ ବୁଲିବାକୁ ଯିବାର ଥିଲା । କିନ୍ତୁ ଆଜି ତାଙ୍କ ପରିବାରକୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇ ପାରିନାହିଁ ।