ସମଲିଙ୍ଗୀ ବିବାହ କଲେ ଦୁଇ ମହିଳା କ୍ରିକେଟର
ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିବାରୁ ଇଂଲିଶ କ୍ରିକେଟ ବୋର୍ଡ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି…
ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହ କରିଛନ୍ତି ଇଂଲିଶ ଟିମର ଦୁଇ ଜଣ ଷ୍ଟାର ମହିଳା କ୍ରିକେଟର । କ୍ୟାଥେରିନ ବ୍ରଣ୍ଟ ଓ ନାଟାଲି ସ୍କିଭର ନିକଟରେ ପରସ୍ପରକୁ ବିବାହ କରିଛନ୍ତି । ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିବାରୁ ଇଂଲିଶ କ୍ରିକେଟ ବୋର୍ଡ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ବାହାଘର କାର୍ଯ୍ୟକ୍ରମରେ ବହୁ ପୂର୍ବତନ ଓ ବର୍ତ୍ତମାନ ଇଂଲିଶ ଟିମ ପାଇଁ ଖେଳୁଥିବା ଅନେକ ମହିଳା କ୍ରିକେଟର ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ, ୨୦୧୭ରେ ଇଂଲଣ୍ଡ ମହିଳା ଟିମ ଦିନିକିଆ ବିଶ୍ୱକପ ଜିତିଥିଲା । ଏହି ଟିମରେ ସ୍କିଭର ଓ ବ୍ରଣ୍ଟ ରହିଥିଲେ । ୨୦୨୨ ଦିନିକିଆ ବିଶ୍ୱକପରେ ବି ଦୁହେଁ ଖେଳିଥିଲେ । କିନ୍ତୁ ଇଂଲଣ୍ଡ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଉପ ବିଜେତା ହୋଇଥିଲା ।
୨୦୨୨ ବିଶ୍ୱକପ ଫାଇନାଲରେ ସ୍କିଭର ୧୨୧ ବଲରେ ୧୪୮ ରନର ଇନିଂସ ଖେଳିଥିଲେ । ତଥାପି ଇଂଲଣ୍ଡ ହାରିଥିଲା । ୨୦୧୯ରେ ସ୍କିଭର ଓ ବ୍ରଣ୍ଟ ନିର୍ବନ୍ଧ କରିଥିଲେ । ୨୦୨୦ ସେପ୍ଟେମ୍ବରରେ ଏହି ପ୍ରେମ ପକ୍ଷୀଙ୍କ ବିହାର ହେବାର ଥିଲା । କିନ୍ତୁ କରୋନା ପାଇଁ ଏହା ସମ୍ଭବ ହୋଇପାରି ନଥିଲା ।