ପାଣ୍ଡ୍ୟାଙ୍କ ନଜର ଏବେ ଟି-୨୦ ବିଶ୍ୱକପ ଉପରେ
ଗୁଜରାଟ ଟାଇଟନ୍ସକୁ ଆଇପିଏଲ ବିଜେତା କରାଇବା ପରେ ପ୍ରଥମ ଥର ଅଧିନାୟକତ୍ୱ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ….
ନୂଆଦିଲ୍ଲୀ : ଗୁଜରାଟ ଟାଇଟନ୍ସକୁ ଆଇପିଏଲ ବିଜେତା କରାଇବା ପରେ ପ୍ରଥମ ଥର ଅଧିନାୟକତ୍ୱ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନଜର ଏବେ ଭାରତୀୟ ଦଳର ବିଶ୍ୱକପ ବିଜୟ ଉପରେ ନିବଦ୍ଧ ହୋଇଛି । ପାଣ୍ଡ୍ୟା ଏବେ ପରବର୍ତ୍ତୀ ଲକ୍ଷ୍ୟ ରଖିଛନ୍ତି ଚଳିତ ବର୍ଷର ଆଇସିସି ଟି-୨୦ ବିଶ୍ୱକପ ଉପରେ । ମୁଁ ଏବେ ସବୁକିଛି ଦେବାକୁ ପ୍ରସ୍ତୁତ । ମୋ ପାଇଁ ଲକ୍ଷ୍ୟ ଅତି ସରଳ ଓ ଦଳକୁ ସର୍ବାଧିକ ସଫଳତା ମିଳୁ । ଦେଶର ପ୍ରତିନିଧିତ୍ୱ ମୋତେ ସବୁବେଳେ ସନ୍ତୁଷ୍ଟି ଦେଇ ଆସିଛି । ଯାହା ଘଟୁ ପଛେ ମୁଁ ଏବେ ବିଶ୍ୱକପ ଜିତିବାକୁ ଚାହେଁ ବୋଲି ପାଣ୍ଡ୍ୟା ପ୍ରକାଶ କରିଛନ୍ତି । ନୂଆ ଫ୍ରାଞ୍ଚାଇଜ ପାଇଁ ଖେଳିବା ଏବଂ ବିଜେତା ହେବା ନିଶ୍ଚିତ ସଫଳତା ଧାରାକୁ ଆଗକୁ ନେବ ବୋଲି ପାଣ୍ଡ୍ୟା କହିଥିଲେ ।